Latest Odisha News

‘୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି, ତଥାପି ଓଡିଶା ପଛରେ’

ରେଢାଖୋଲ: ‘ଏଠି ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡିଶା ଯେଉଁଠି ପହଞ୍ଚିବା କଥା ସେଠି ପହଞ୍ଚିପାରିଲା ନାହିଁ । ଏପରିକି ରତ୍ନ ଭଣ୍ଡାର ଚାବି ବି ହଜାଇ ଦେଲେ । ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନି । ବିକଶିତ ଦେଶ ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ ।’-: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଜି ରେଢାଖୋଲବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯେଉଁଠି ସେ ବିଗତ ଅନେକ ବର୍ଷ ଧରି ଶାସନ କରୁ ଆସୁଥିବା ବିଜେଡି ଓ କଂଗ୍ରେସ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ‘ଏଠି ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ବିଜେପି ଆସିଲେ ରତ୍ନ ଭଣ୍ଡାର ତଦନ୍ତ ହେବ । ଆମେ ଯାହା କହୁ ତାହା କରୁ । କହିଥିଲୁ, ୩୭୦ ଧାରା ହଟାଇଲୁ ଏବଂ ରାମ ମନ୍ଦିର ପ୍ରତିଷ୍ଠା କଲୁ । ତିନି ତଲାକ ମଧ୍ୟ ସମାପ୍ତ କଲୁ । ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନି । ବିକଶିତ ଦେଶ ଗଠନ ବିଜେପିର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ବିଜେପିକୁ ଜିତାନ୍ତୁ ।’

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ରେଢ଼ାଖୋଲରେ ସାଧାରଣ ସଭାରେ ଜନସଭାକୁ ଉଦ୍ବୋଧନ ଦେଇଛନ୍ତି । ଏହାପରେ ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ।

Leave A Reply

Your email address will not be published.