Latest Odisha News

BREAKING NEWS

ଫିଲ୍ମ ‘ମେରା ନାମ୍‌ ଜୋକର୍‌’କୁ ପୂରିଲା ୫୦ ବର୍ଷ; ଭାବପ୍ରବଣ ବାର୍ତ୍ତା ଲେଖି ରିଷିଙ୍କୁ ମନେ ପକାଇଲେ ନୀତୁ

ନୂଆଦିଲ୍ଲୀ: ବଲିଉଡ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ରାଜ କପୁରଙ୍କ ସୁପର୍‌ହିଟ୍‌‌ ଫିଲ୍ମ ମେରା ନାମ୍‌ ଜୋକରକୁ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ୫୦ ବର୍ଷ ପୂରିଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ରିଷି କପୁର ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ ସିନେମାକୁ ସବୁ ଦୃଷ୍ଟିରୁ ବଦଳାଇ ଦେଇଥିଲା। ଚଳଚ୍ଚିତ୍ରର ଚରିତ୍ରଗୁଡିକ ଏତେ ଜୀବନ୍ତ ଥି‌ଲେ ଯେ ଏହା ଦର୍ଶକଙ୍କ ଆଖିକୁ ଲୁହରେ ଭିଜାଇ ଦେଇଥିଲା। ଅଭିନେତ୍ରୀ ନୀତୁ କପୁର ରିଷିଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

ମେରା ନାମ ଜୋକରଙ୍କ ପାଇଁ ନୀତୁ ଏକ ପୋଷ୍ଟ ଲେଖିଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ ସେ ରିଷି କପୁରଙ୍କ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର କ୍ୟାରିୟରକୁ ମନେ ପକାଇଛନ୍ତି। ‘ମେରା ନାମ୍‌ ଜୋକର’ ମୁଭି ୧୮ ଡିସେମ୍ବର ୧୯୭୦ ରେ ମୁକ୍ତିଲାଭ କରିଥିଲା। ଆଜି ରିଷି କପୁର ହିନ୍ଦୀ ଏହି ଚଳଚ୍ଚିତ୍ର ଜଗତରେ ୫୦ ବର୍ଷ ପୂରଣ କରିଥାନ୍ତେ। ନୀତୁ କପୁରଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରିଷି କପୁରଙ୍କ ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ରକୁ ସ୍ମରଣ କରି ତାଙ୍କ ଅଭିନୟର ଖୁବ୍‌ ତାରିଫ୍ କରୁଥିବା ଦେଖିବାକୁ ମିଳିଛି।

Comments are closed.