Latest Odisha News

BREAKING NEWS

ପ୍ରଥମ ଥର ସୌରଜଗତ ବାହାରେ ଥିବା ଗ୍ରହରୁ ମିଳିଲା ରେଡିଓ ସଙ୍କେତ

ୱାଶିଂଟନ:ବୈଜ୍ଞାନିକମାନଙ୍କୁ ଶୁକ୍ରବାର ବଡ ସଫଳତା ମିଳିଛି । ପ୍ରଥମ ଥର ପାଇଁ ସୌରଜଗତ ବାହାରେ ସ୍ଥିତ ଏକ ଗ୍ରହରୁ ରେଡିଓ ସଙ୍କେତ ମିଳିଛି । ନେଦରଲାଣ୍ଡ ସ୍ଥିତ ଲୋ ଫ୍ରିକ୍ୟୁଏନ୍ସି ଆରେର ବ୍ୟବହାର କରି ଟାଉ ବୁଟ୍ସ ପ୍ରଣାଳୀରେ ଏହି ସଙ୍କେତକୁ ଧରାଯାଇ ପାରିଛି । ସୌରଜଗତଠାରୁ ୫୧ ପ୍ରକାଶବର୍ଷ ଦୂରରୁ ସଙ୍କେତ ମିଳୁଥିବା ଗ୍ରହ ଉତପ୍ତ ବୃହସ୍ପତି ଭାବେ ପରିଚିତ ।

ମହାକାଶ ବୈଜ୍ଞାନିକଙ୍କ ମତରେ ଟାଉ ବୁଟ୍ସ ପ୍ରଣାଳୀ ମାଧ୍ୟମରେ ସୌରମଣ୍ଡଳ ବାହାରେ ଥିବା ଗ୍ରହର ବାୟୁମଣ୍ଡଳ ଏବଂ ଚୁମ୍ବକୀୟ କ୍ଷେତ୍ର ବିଷୟରେ ଅନୁଧ୍ୟାନ କରାଗଲେ ଅନେକ କିଛି ରହସ୍ୟ ସାମ୍ନାକୁ ଆସିପାରିବ । ବୈଜ୍ଞାନିକ ଜେକେ ଟର୍ଣ୍ଣରଙ୍କ ମତରେ ୨ ବର୍ଷ ତଳେ ବୃହସ୍ପତି ଗ୍ରହରୁ ଆସୁଥିବା ରେଡିଓ ସଙ୍କେତକୁ ଅନୁଧ୍ୟାନ କରିଆସଛନ୍ତି ।

Leave A Reply

Your email address will not be published.