Latest Odisha News

BREAKING NEWS

୫୦ ବର୍ଷୀୟ ବୃଦ୍ଧଙ୍କ ୫ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଜଣେ ୩ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଘଟଣାକୁ ଦିନ କେଇଟା ନପୁରୁନୁ ପୁଣି ଜଣେ ୫ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲା ବନ୍ତଳା ଗ୍ରାମରେ ଶନିବାର ଦିନ ଜଣେ ୫ବର୍ଷୀୟ ନାବାଳିକା ଶିଶୁକୁ ଜଣେ ୫୦ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଭିଯୁକ୍ତଙ୍କ ନାମ ଆର୍ତ୍ତତ୍ରାଣ ବେହେରା (୫୦) ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଉକ୍ତ ନାବାଳିକା ଶିଶୁ ନିଜ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଗ୍ରାମ ନିକଟସ୍ଥ ଏକ ଅଧପନ୍ତରିଆ ଘରକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି ଏବଂ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ଲାଗି ପଠାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.