Latest Odisha News

BREAKING NEWS

ସାତକୋଶିଆରେ ‘ସୁନ୍ଦରୀ’କୁ ଜଗିବେ ଶିମିଳିପାଳର ୨ କୁମକୀ ହାତୀ

ଅନୁଗୁଳ/ବାରିପଦା : ଅନୁଗୁଳ ଜିଲ୍ଲା ସାତକୋଶିଆ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ନଜର ରଖିବା ପାଇଁ ଶିମିଳିପାଳରୁ ୨ଟି ହାତୀକୁ ପଠାଇବା ନେଇ ବନ ବିଭାଗ ନିଷ୍ପତ୍ତି ନେଇଛି ।

ପୂର୍ବରୁ ସାତକୋଶିଆରେ ଥିବା ବାଘୁଣି ସୁନ୍ଦରୀ ଉପରେ ନଜର ରଖିବା ପାଇଁ ଅନ୍ୟ ଏକ କୁମକୀ ହାତୀ ଯଶୋଦାକୁ ପଠାଇବା ପାଇଁ ବନବିଭାଗର ନିଷ୍ପତ୍ତି ଏବେବି ସ୍ଥଗିତ ରହିଛି ।

ଗଣମାଧ୍ୟମକୁ ରବିବାର ଦିନ ସୂଚନା ଦେଇ ଶିମିଳିପାଳ ଜାତୀୟଉଦ୍ୟାନର ସହନିର୍ଦ୍ଦେଶକ ଜଜ୍ଞଦତ୍ତ ପତି କହିଛନ୍ତି ଏହି କାର୍ଯ୍ୟକ୍ରମ ପିସିଏଫ ଓ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡେନଙ୍କ ତତ୍ୱାବଧାନରେ ପରିଚାଳିତ ହେଉଛି । ଏହି ୨ଟି ତାଲିମପ୍ରାପ୍ତ ହାତୀ ମହେନ୍ଦ୍ର ଓ ରାଜକୁମାର ବର୍ତ୍ତମାନ ଶିମିଳିପାଳରେ ବ୍ୟାଘ୍ର ମାନଙ୍କର ନିରୀକ୍ଷଣ କାର୍ଯ୍ୟରେ ନିୟୋଜିତ ରହିଥିଲେ । ଆଜି ସେମାନଙ୍କୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରକୁ ପହଞ୍ଚିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ସାତକୋଶିଆ ଜଙ୍ଗଲରେ ସୁନ୍ଦରୀ ବାଘୁଣିକୁ ନିରୀକ୍ଷଣ କରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ପତି କହିଛନ୍ତି “ଆମକୁ ଏହି ୨ଟି କୁମକୀ ହାତୀ ଓ ସହାୟତା ନିମନ୍ତେ କିଛି କର୍ମଚାରୀଙ୍କ ସହ ହାତୀ ମାହୁନ୍ତଙ୍କୁ ହସ୍ତାନ୍ତର କରିବାର ଦାୟିତ୍ୱ ଦିଆଯାଇଥିଲା । ଆମେ ସହକାରୀ ମାହୁନ୍ତ ଏବଂ ଏକ ପଶୁ ଚିକିତ୍ସାଳୟ ଦଳକୁ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛୁ । ଏବେ ସେମାନେ ଏହି ହାତୀ ୨ଟିକୁ ନେଇ ସେମାନେ କିପରି କାର୍ଯ୍ୟରେ ଲଗାଉଛନ୍ତି । ମାତ୍ର ଆମେ ବାଘୁଣୀଟିର ଚଲାବୁଲା ନିରୀକ୍ଷଣ କରିବୁ ନାହିଁ । ସେହିପରି ସାତକୋଶିଆ ଅଭୟାରଣ୍ୟରେ କୁମକୀ ହାତୀ ଯଶୋଦାର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାଣି ଘଟଣାରେ ସହ-ନିର୍ଦ୍ଦେଶକ କହିଛନ୍ତି ଏହି ୨ଟି ହାତୀକୁ ନେଇ ସେପରି କିଛି ଭୟ କରିବାର ନାହିଁ ।

“ମହେନ୍ଦ୍ର ହାତୀ ଗତ ୧୮ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନଙ୍କୁ ବୁଲାଇବା ତଥା ଜଙ୍ଗଲର ନିରାପତ୍ତା ଦାୟିତ୍ୱରେ ନିୟୋଜିତ ହୋଇଥିଲା । ସେହିଭଳିଭାବେ ରାଜକୁମାର ହାତୀ ଶିମିଳିପାଳର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛି । ଉଭୟ ହାତୀ ଉପଯୁକ୍ତ ଭାବେ ତାଲିମପ୍ରାପ୍ତ ତଥା ବାଘ ନିରୀକ୍ଷଣ କାର୍ଯ୍ୟରେ ସେମାନେ ଖୁବ୍ ଦକ୍ଷ ।

ଏହାବ୍ୟତୀତ ମାହୁନ୍ତ ଏବଂ ତାହାର ସହକାରୀ ଉଭୟ ମୟୁରଭଞ୍ଜ ଜିଲ୍ଲାର ସେମାନେ ମଧ୍ୟ ଉପଯୁକ୍ତ ଭାବେ ତାଲିମପ୍ରାପ୍ତ ।

Leave A Reply

Your email address will not be published.