Latest Odisha News

BREAKING NEWS

ଆସନ୍ତା ୨୯ ତାରିଖରୁ ଚାଷୀ କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅନ୍ନଦାତାଙ୍କ ନୂଆ ନିଷ୍ପତ୍ତି । ସଂସଦର ଶୀତକାଳୀନ ଅଧିବେଶନ କାଳରେ ପ୍ରତିଦିନ ଚାଷୀମାନେ ସଂସଦ ଭବନ ଅଭିମୁଖେ କରିବେ ଟ୍ରାକ୍ଟର ରାଲି । ଆସନ୍ତା ୨୯ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ, ଚାଷୀଙ୍କ ଏହି ଘୋଷଣା ଦିଲ୍ଲୀ ପୋଲିସ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ହୋଇଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ବର୍ଷେ ପୂରିଥିବା ବେଳେ, ତଥାପି ନିଜ ଜିଦରେ ଅଟଳ ରହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

୨୯ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରି ଶାନ୍ତିପୂର୍ଣ୍ଣ ଭାବେ ଗାଜିପୁର ସୀମା ଓ ଟିକ୍ରି ସୀମାରୁ ସଂସଦ ଅଭିମୁଖେ ଯାତ୍ରା କରିବେ । ଯେଉଁଠି ପୋଲିସ ସେମାନଙ୍କୁ ଅଟକାଇବ ସେହିଠାରେ ଧାରଣା ଦିଆଯିବ ବୋଲି ଚାଷୀ ନେତା ଧମକ ଦେଇଛନ୍ତି । ସମଗ୍ର ଶୀତକାଳୀନ ଅଧିବେଶନ କାଳରେ ଏହି ଅଭିଯାନ ଜାରି ରହିବ । ଦୈନିକ ୫୦୦ ଚାଷୀ ଟ୍ରାକ୍ଟର ରାଲିରେ ସାମିଲ ହେବେ । ରାଲି ସମୟରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପ କରାଯିବ ନାହିଁ । ଆସନ୍ତା ୨୬ ତାରିଖ ସୁଦ୍ଧା ଯଦି ସରକାର ଏହି ବିବାଦୀୟ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ଏହି ଟ୍ରାକ୍ଟର ରାଲି ପୁଣି ଆୟୋଜନ ହେବ । ଅଭିଯାନ ଲାଗି ଚାଷୀମାନେ ୨୭ ତାରିଖରୁ ସୀମାନ୍ତ ଅଞ୍ଚଳରେ ଠୁଳ ହୋଇ ଏଥିରେ ସାମିଲ ହେବେ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାଏତ ।

Leave A Reply

Your email address will not be published.