Latest Odisha News

BREAKING NEWS

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ମନା

ସାକ୍ଷୀଗୋପାଳ : ଆଉ ଦୁଇ ଦିନ ପରେ ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଗାମୀ ଅଁଳା ନବମୀ ଓ ବଡ ଏକାଦଶୀରେ ସାକ୍ଷୀଗୋପୀନାଥ ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାଇଛି । ଏହି ଦୁଇ ଦିନ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି କୋଭିଡ଼ କଟକଣା ଲାଗୁ କରିଛି ପୁରୀ ଜିଲ୍ଲା ପ୍ରଶାସନ । ଆସନ୍ତା ୧୨ ତାରିଖ ଓ ୧୫ ତାରିଖ ଦିନ ସାକ୍ଷୀଗୋପୀନାଥ ମନ୍ଦିର ଚତୁଃପାର୍ଶ୍ବରେ ଲାଗୁ ହେବ ୧୪୪ ଧାରା ।

ଏହି ସମୟରେ ସେବକ ଓ ସେବା ସହିତ ଜଡିତ ଥିବା ଅଧିକୃତ ଲୋକଙ୍କୁ ଛାଡି ଅନ୍ୟ କାହାକୁ ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ତେବେ ଏହି ସମୟରେ ସମସ୍ତ ସେବା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କେବଳ ସେବାୟତ ଓ ସେମାନଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ରାଧା ପାଦ ଦର୍ଶନ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି ।

Leave A Reply

Your email address will not be published.