Latest Odisha News

BREAKING NEWS

ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ବିଶ୍ୱସ୍ତରୀୟ ପଠନ ଉତ୍ସବ, ସାମିଲ ହେଲେ ୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବିଶ୍ୱସ୍ତରୀୟ ପଠନ ଉତ୍ସବ ‘Booktopia’ । ଏହି କାର୍ୟ୍ୟକ୍ରମରେ ଭାରତ ସମେତ ୬ଟି ଦେଶରୁ ଯୋଡ଼ି ହୋଇଥିଲେ ପାଖାପାଖି ୫୦୦ ଛାତ୍ରଛାତ୍ରୀ । ପଢ଼ିବାକୁ ପ୍ରତ୍ସୋହନ କରିବା ଦିଗରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।

ବିଶ୍ୱସ୍ତରୀୟ ପଠନ ଉତ୍ସବ ‘Booktopia’ରେ ଭାରତ ସମେତ ଜାପାନ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ରୁଓ୍ୱାଣ୍ଡା, ଉଗାଣ୍ଡା ଓ ପାକିସ୍ତାନରୁ ଛାତ୍ରଛାତ୍ରୀ ଭର୍ଚୁଆଲ୍ ମୋଡରେ ଯୋଡ଼ି ହୋଇଥିଲେ ।

ମୁଖ୍ୟ ବ୍ୟକ୍ତା ଭାବରେ ଯୋଗ ଦେଇଥିଲେ ଆମେରିକା ମିଚିଗାନର ୧୭ ବର୍ଷୀୟ ଲେଖକ, କଣ୍ଠଶିଳ୍ପୀ, ଅଭିନେତା ତଥା ସଙ୍ଗୀତଜ୍ଞ ଏଲିଜ ମାର୍ । ସାଇ ଇଣ୍ଟର ନ୍ୟାସନାଲ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଏଲିଜ୍ ବ୍ୟକ୍ତିଗତ ବିକାଶ ପାଇଁ ପଢ଼ିବା ଅଭ୍ୟାସକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ ଦେଇଥିଲେ ।

ପଢ଼ିବା ହେଉଛି ଏକ ସମୃଦ୍ଧ ଅନୁଭୂତି । ଯାହା ଜଣେ ବ୍ୟକ୍ତିର ଚିନ୍ତାଧାରା ଓ ଭାବନାକୁ ଅଧିକ ମାର୍ଜିତ କରିଥାଏ । ଏକଥା କହିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଉପାଧ୍ୟକ୍ଷ ଡକ୍ଟର ଶିଳ୍ପୀ ସାହୁ । ସେ କହିଛନ୍ତି, ଆଜିର ଯୁବପୀଢ଼ିଙ୍କ ଭିତରେ ପୁସ୍ତକ ପଢ଼ିବା ଅଭ୍ୟାସକୁ ବିକଶିତ କରିବାକୁ ଚାହୁଁଛି ସାଇ ଇଣ୍ଟରନ୍ୟାସନାଲ୍ । ଏହା ଯେ କେବଳ ଶବ୍ଦକୋଷରୁ ସମୃଦ୍ଧ କରିବ ତା ନୁହେଁ, ସହାନୁଭୂତି ଓ ଗ୍ରହଣୀୟତା ଭଳି ମୂଲ୍ୟବୋଧ ସୃଷ୍ଟି କରିବ ।

Leave A Reply

Your email address will not be published.