Latest Odisha News

BREAKING NEWS

ନାଗକୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ଫାୟାର ମ୍ୟାନ ବବୁଲ । ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପଲି ଗ୍ରାମରେ ପ୍ରସନ୍ନ ପ୍ରଧାନ ଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁ ରେ ସମ୍ପୂର୍ଣ୍ଣ ଭାବରେ ଲାଖି ଯାଇଥିଲା ।  ଅଗ୍ନିଶମ ବାହିନୀର ଜଣେ ତାଲିମ ପ୍ରାପ୍ତ କର୍ମଚାରୀ ବବୁଲ ରାଉତ । ବବୁଲ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ପିଚୁ ଦେହରୁ ନାଗ ସାପକୁ ଯତ୍ନର ସହିତ ଛଡ଼ାଇ ଏକ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ତା’ପରେ ସାପର ଶରୀରରେ ଲାଗିଥିବା ପିଚୁକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ଏକ କପଡାକୁ କିରାସିନିରେ ବୁଡ଼େଇ ଅତି ଯତ୍ନର ସାପ ଦେହରେ ଘଷି ପିଚୁକୁ ବାହାର କରିଥିଲେ ।

ସାପ ଦେହରୁ ସବୁ ପିଚୁ ବାହାର କରିବାକୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା । ଏହି ସମୟରେ ଅତି କମରେ ୧୦ ଥର ସାପ ଦେହକୁ ପାଣିରେ ଧୋଇଥିଲେ । ସାପ ଟିକୁ ଗାଁଠାରୁ ଅଲଗା ଯାଗାରେ ନେଇ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲେ ବବୁଲ । ଫାୟାର ମ୍ୟାନ ଟ୍ରେନିଂରେ ସେ ଶିଖିଥିବା ଅନୁଶାସନ ହିଁ ତାଙ୍କୁ ସାପ ଉଦ୍ଧାର ପାଇଁ ପ୍ରେରଣା ଦେଇଛି  । ସାପ ଦେହରେ କିରାସିନି ଲଗେଇଥିବାରୁ କାଳେ କିଛି ରାସାୟନିକ ପ୍ରତିକ୍ରିୟା ହେବ ସେଥିପାଇଁ ମୁଁ ବାରମ୍ବାର ପାଣି ରେ ତାକୁ ଧୋଇ ଦେଉଥିଲି, ଯାହା ଫଳରେ କିରାସିନି ର ପ୍ରଭାବ କମ ରହିବ । ମୁଁ ଏଇ କାମ ନକରିଥିଲେ ସାପ ଟି ନିଶ୍ଚୟ ମରିଥାନ୍ତା ବୋଲି କହନ୍ତି ବବୁଲ ରାଉତ

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ମୁଁ ନିଜେ ଅନେକ ଥର କୂଅ ଭିତରେ ପଶିଛି ଫାୟାର ବ୍ରିଗେଡ଼ ସହାୟତାରେ ।କରୋନା ମହାମାରୀର କଟକଣା ହଟିବା ପରେ, ସ୍ନେକ ହେଲ୍ପ ଲାଇନ ତରଫରୁ ଫାୟାରମ୍ୟାନ୍ ବବୁଲ ରାଉତଙ୍କୁ ସାପ ଧରିବାର ବିଶେଷ କୋୖଶଳ ଶିଖେଇବା ସହ ତାଙ୍କ ଠାରୁ କୂଅ ରେ ପଶିବା ଓ ବାହାରିବା କୌଶଳ ଶିଖୁବୁ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

Leave A Reply

Your email address will not be published.