Latest Odisha News

BREAKING NEWS

ସ୍କୁଟିରୁ ୫୧ ଗ୍ରାମ ବ୍ରାଉନସୁଗାର ଜବତ,୨ ଗିରଫ

ଗଞ୍ଜାମ:ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି ଭଞ୍ଜନଗର ପୋଲିସ । ଗିରଫ ଦୁଇଜଣ ହେଲେ ଭଞ୍ଜନଗରର ଓମ୍‌ ସାଇ ଓ ଖଲ୍ଲିକୋଟର ଚନ୍ଦନ ମହାପାତ୍ର। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ସ୍କୁଟି ସହ ୨୭୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି।

ଖବରମୁତାବକ, ଶନିବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସ୍‌.ଆଇ. ଏବଂ ଅନ୍ୟ କର୍ମଚାରୀମାନେ ଶାଳୁଆପଲ୍ଲୀ ମୁଖ୍ୟ ରାସ୍ତା ନିକଟରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ। ଏହି ସମୟରେ ପୋଲିସ ଗୋଟିଏ ସ୍କୁଟିରେ ବସିଥିବା ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ଯାଞ୍ଚ କରିବା ପରେ ସେମାନଙ୍କଠାରୁ ବ୍ରାଉନସୁଗାର ମିଳିଥିଲା।

ଗିରଫ ଦୁଇଜଣଙ୍କୁ ରବିବାର ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।

Comments are closed.