Latest Odisha News

BREAKING NEWS

ଓଡ଼ିଶାରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୧୧ ଶହ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବୁଧବାର ଦିନ ଆଉ ୫୧ ନୂଆ ମାମଲା ଚିହ୍ନଟ ହୋଇଛି।

ଯାହା ଫଳରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚି ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଚିହ୍ନଟ ୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୪୮ ଜଣ କ୍ବାରେନଣ୍ଟାଇନ ସେଣ୍ଟରର ଏବଂ ବାକି ୩ଜଣ ସ୍ଥାନୀୟ ବାସିନ୍ଦା।

ତେବେ ରାଜ୍ୟରେ ୭୫୩ ସକ୍ରୀୟ ମାମଲା ରହିଥିବା ବେଳେ ୩୪୩ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.