Latest Odisha News

BREAKING NEWS

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪ଶହ ଟପିଲା, ୨୪ ଘଣ୍ଟାରେ ୫୬୦୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ଦିନ ୧,୧୨,୩୫୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୬୩,୬୨୪ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୩୪୩୫ ଜଣ ପ୍ରାଣ ହରାଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ଭାରତରେ ମୋଟ୍ ୧୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୬୦୯ ନୂଆ କରୋନା ସଂକ୍ରମଣ ମାମଲା ରେକର୍ଡ ହୋଇଛି।

ଆହୁରି ମଧ୍ୟ ସମସ୍ତ ୪୫,୨୯୯ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.