ମାଲକାନଗିରି: ବେଆଇନ ଭାବେ କଇଁଛ ବିକ୍ରି ହେଉଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି । ୫୧ଟି ଜୀବନ୍ତ କଇଁଛ ଉଦ୍ଧାର ହୋଇଛି । ଏହି ଘଟଣାରେ ବନବିଭାଗ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଅଭିଯୁକ୍ତ ହେଲେ ମୋଟୁ ଥାନା ଏମପିଭି ୪୭ ଗ୍ରାମର ସୁରଜ ମଣ୍ଡଳ (୨୪ ବର୍ଷ), ଏମଭି୮୧ ଗ୍ରାମର ଜୟନ୍ତ ବଛାଡ଼ (୨୮ ବର୍ଷ)।
ଖବରମୁତାବକ, ମୋଟୁ ବନ କର୍ମଚାରୀ ଏବଂ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଏକ ମିଳିତ ଟିମ୍ ପଡିଆ ଥାନା କମାରଗୁଡ଼ା ଗ୍ରାମ କଲଭର୍ଟ ନିକଟରେ ଏକ ବାଇକ୍ ଆରୋହୀକୁ ଅଟକାଇଥିଲେ। ଯାଞ୍ଚ ବେଳେ ୫୧ଟି ଜୀବନ୍ତ ଭାରତୀୟ ଫ୍ଲାପ୍ ସେଲ୍ କଇଁଛ ଜବତ କରାଯାଇଥିଲା।
ତେବେ ତଦନ୍ତରୁ ଜଣା ପଡିଥିଲା ଯେ,ସେମାନେ ଭେମୁଲାରାଇ (ଆନ୍ଧ୍ର ପ୍ରଦେଶ)ରୁ ଜଣେ ବିକ୍ରେତାଙ୍କଠାରୁ ଜୀବନ୍ତ ଫ୍ଲାପ୍ ସେଲ୍ କଇଁଛ କିଣିଥିଲେ। ଏକ ଡଙ୍ଗା ଯୋଗେ ଓଡ଼ିଶା ସୀମା ପାର ହୋଇ କୁର୍ସନପାଲି ନଦୀ ଘାଟକୁ ଆସିଥିଲେ। ଏହା ପରେ ସେମାନେ ବାଇକରେ କଇଁଛ ଥିବା ଦୁଇଟି ବସ୍ତା ଲୋଡ୍ କରି ଏମପିଭି-୪୭ ଅଭିମୁଖେ ବିକ୍ରି କରିବା ପାଇଁ ଯାଉଥିବା ସୂଚନା ରହିଛି ।
Comments are closed.