Latest Odisha News

ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ୪୦୦ ମୁହାଁ କରୋନା ଆକ୍ରାନ୍ତ ସଂଖ୍ୟା । କିଛି ଦିନ ଧରି ଦୁଇ ଶହ ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୩୯୪ ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ।

କରୋନାକୁ ନେଇ ଖୋର୍ଦ୍ଧାରେ ଚିନ୍ତାରେ ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୫୨ ଜଣ କରୋନା ଆକ୍ରାନ୍ତ । ଯେଉଁଥିରୁ କ୍ବାରେଣ୍ଟାଇନ୍‌ରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୪ ଜଣ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ବରରେ ବର୍ତ୍ତମାନ ସୁଦ୍ଧା ୩୧୦ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ, ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୩ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.