Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଉପରମୁହାଁ ଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୧୨୧ ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁନ୍ଦରଗଡ଼ରୁ ସର୍ବାଧିକ ୨୦ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୮, ଖୋର୍ଦ୍ଧାରୁ ୧୫, କୋରାପୁଟରୁ ୯, ମୟୂରଭଞ୍ଜରୁ ୮, କଳାହାଣ୍ଡିରୁ ୭, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳ ଓ ଯାଜପୁରରୁ ୫ ଜଣ ଲେଖାଏଁ, ବଲାଙ୍ଗିର, ଜଗତସିଂହପୁର ଓ ସମ୍ବଲପୁରରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୩ ଜଣ, ବାଲେଶ୍ବର, ଗଞ୍ଜାମ, ନୂଆପଡ଼ା, ରାୟଗଡ଼ାରୁ ୨ ଜଣ ଲେଖାଏଁ, ବରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୭ ହଜାର ୨୧୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.