ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ୨ ହଜାରରୁ ୩ହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ସେହି ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ପ୍ଲାଜମା ଥେରାପି ଦ୍ୱାରା ଅନେକ ଲୋକ ସୁସ୍ଥ ହେଉଛନ୍ତି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜ୍ମା ବ୍ୟାଙ୍କ୍ ଖୋଲାଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍, ରାଉର୍କେଲା ଆଇଜିଏଚ୍ ଓ ବୁର୍ଲାର ଭିମ୍ସାର୍ ଆଦି ବିଭିନ୍ନ ହସ୍ପିଟାଲ୍ରେ ଖୋଲିଥିବା ପ୍ଲାଜମା ବ୍ୟାଙ୍କରେ ଏବେ ସୁଦ୍ଧା ଓଡ଼ିଶା ପୁଲିସ୍ର ୫୨ ଜଣ କରୋନା ଯୋଦ୍ଧା ପ୍ଲାଜ୍ମା ଦାନ କରି ସାରିଲେଣି। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
— Odisha Police (@odisha_police) August 26, 2020
ଓଏସ୍ଏପି ଦ୍ବିତୀୟ ବଟାଲିୟନ୍ ଝାରସୁଗୁଡ଼ାରୁ ୬ ଜଣ, ଓଏସ୍ଏପି ତୃତୀୟ ବଟାଲିୟନ୍ କୋରାପୁଟରୁ ୫ ଜଣ, ଓଏସ୍ଏପି ଚତୁର୍ଥ ବଟାଲିୟନ୍ ରାଉରକେଲାରୁ ଜଣେ, ଓଏସ୍ଏପି ଷଷ୍ଠ ବଟାଲିୟନ୍ କଟକରୁ ଜଣେ, ଓଏସ୍ଏପି ଅଷ୍ଟମ ବଟାଲିୟନ୍ ଛତ୍ରପୁରରୁ ୧୪ ଜଣ, ପ୍ରଥମ ଆଇଆର୍ ବଟାଲିୟନ୍ କୋରାପୁଟ୍ରୁ ଜଣେ, ଚତୁର୍ଥ ଆଇଆର୍ ବଟାଲିୟନ୍ ଦେଓଗଡ଼ରୁ ଜଣେ, ପଞ୍ଚମ ଆଇଆର୍ ବଟାଲିୟନ୍ ବୌଦ୍ଧରୁ ୨ ଜଣ, ପିଟିଏଏସ୍ ନୟାଗଡ଼ରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଳାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ବ୍ରହ୍ପପୁର ପୁଲିସ୍ ଜିଲ୍ଲାରୁ ଜଣେ କୋଭିଡ୍ ଯୋଦ୍ଧା ପ୍ଲାଜମା ଦାନ କରିଥିବା ସୂଚନା ରହିଛି।
Comments are closed.