Latest Odisha News

BREAKING NEWS

ଭୁବନେଶ୍ୱରରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ସୁସ୍ଥ

ଭୁôବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଅନ୍ୟ ୧୮ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଆଜି ଭୁବନେଶ୍ୱରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀ, ରସୁଲଗଡ, ଅଶୋକ ନଗର, ହଳଦିପଡା ବସ୍ତି, ଡୁମଡୁମା, ୟୁନିଟ୍‌-୮, ଜାଗମରା, ଶୈଳଶ୍ରୀ ବିହାର, ସାମନ୍ତରାପୁର, ଚିନ୍ଦାମଣିଶ୍ୱର, ଘାଟିକିଆ, ଚନ୍ଦ୍ରଶେଖରପୁର ଏବଂ ରବି ଟକିସ ଅଂଚଳର ରହିଛନ୍ତି ।

ଆଜିର ୫୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ରେ ପହଁଚିଛି । ସେଥିରୁ ୫୨୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୪୬ ଜଣ ସକ୍ରିୟ କେସ୍ ରହିଛି । ରାଜଧାନୀରେ ଏଯାଏ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.