Latest Odisha News

BREAKING NEWS

‘ନିରତାର୍’ରେ ଚାଲୁ ରହିବ ପାଠପଢା

କଟକ: କଟକର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ୍ (ନିରତାର୍)ରେ ସମସ୍ତ ସ୍ନାତକୋତ୍ତର ପାଠ୍ୟକ୍ରମ ଚାଲୁ ରହିବ ।

ଏପରିକି ବର୍ତ୍ତମାନର ଅଧ୍ୟାପକ ମାନେ ପାଠ ପଢ଼ାଇବା  ସଙ୍ଗେସଙ୍ଗେ ଆବଶ୍ୟକ ସ୍ଥଳେ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି କଳିଙ୍ଗ ବିଚାର ମଞ୍ଚ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ ‘ନିରତାର’ରେ ପ୍ରଚଳିତ ଥିବା ୩ଟି ସ୍ନାତକୋତ୍ତର ପାଠ୍ୟକ୍ରମକୁ ବନ୍ଦ କରିବା ଲାଗି ଖୋଦ୍ ନିର୍ଦ୍ଦେଶକ ପ୍ରଥମେ ବିଶ୍ୱବିଦ୍ୟାଳୟର କୁଳାଧିପତି, କୁଳପତି, ପରୀକ୍ଷା ନିୟନ୍ତ୍ରକ ତଥା ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କ ପାଖକୁ ଚିଠି ଲେଖିଥିଲେ । ପରେ ସେ ଏନେଇ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟଙ୍କୁ ଚିଠି ଲେଖିଥିଲେ ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ କଳିଙ୍ଗ ବିକାଶ ମଞ୍ଚର ସଭାପତି ଦୀପକ କୁମାର ମହାନ୍ତ ଏନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ‘ନିରତାର୍’ରୁ କୌଣସି ପାଠ୍ୟକ୍ରମ ରଦ୍ଦ ନହୋଇ ପୂର୍ବପରି ଚାଲୁ ରହିବ ବୋଲି ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.