Latest Odisha News

BREAKING NEWS

brown sugar in jajpur: ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ଗିରଫ

ଯାଜପୁର:୫୨ ଗ୍ରାମ ଧଳାଜହର ଜବତ କଲା ଯାଜପୁର ଅବକାରୀ ବିଭାଗ । ଯାଜପୁର ସହରର ବଲ୍ଲଭୀଘାଟ ନିକଟରେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅବକାରୀ ପୋଲିସ ଏକ ବାଇକ ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଟାଉନ ଥାନା ଯାଜପୁର ଅଞ୍ଚଳର ଓ ଜଣେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନାଥାଉକି, ବଲ୍ଲଭୀଘାଟ ନିକଟରେ ପାଟ୍ରୋଲିଂ ସମୟରେ ୩ ଜଣ ଯୁବକ ଦୌଡ଼ି ପଳାଉ ଥିଲେ। ଏହି ସମୟ​‌ରେ ପାଟ୍ରୋଲିଂ ଟିମ ଗୋଡ଼ାଇ ଗୋଡାଇ ଧରିଥିଲେ।

Leave A Reply

Your email address will not be published.