Latest Odisha News

BREAKING NEWS

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ୫୩% ଟିକାକରଣ ପଞ୍ଜିକୃତ

ଭୁବନେଶ୍ୱର: ଓଡ଼ିଶାରେ ଶନିବାର ଅପରାହ୍ନ ୩ଟା ସୁଦ୍ଧା ୫୩% କରୋନା ଟିକାକରଣ ପଞ୍ଜିକରଣ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପ୍ରଦିପ୍ତ କୁମାର ମହାପାତ୍ର କହିଛନ୍ତି।

ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮୧% ଟିକାକରଣ ହୋଇଥିବା ବେଳେ ସୋନପୁରରେ ସର୍ବନିମ୍ନ ୩୧% ଟିକା ଦିଆଯାଇଛି। ଭଦ୍ରକର ୩୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ୨୪୩ ଜଣ ଏହି ଟିକା ନେଇଛନ୍ତି।

ସେହିଭଳି ସୋନପୁରରେ ୨୦୦ ମଧ୍ୟରୁ ୬୨ ଜଣଙ୍କୁ ଟିକାକରଣ କରାଯାଇଛି।

ଏହାବ୍ୟତୀତ ଜିଲ୍ଲାସ୍ତରୀୟ ଟିକାକରଣ ଆକଳନ ନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅନୁଗୁଳ ଜିଲ୍ଲା ୪୮%, ବଲାଙ୍ଗିର ୩୨%, ବାଲେଶ୍ବର ୫୮%, ବୌଦ୍ଧ ୪୩%, କଟକ ୪୬%, ଦେଓଗଡ଼ ୩୪%, ଢେଙ୍କାନାଳ ୫୮%, ଗଜପତି ୬୧%, ଗଞ୍ଜାମ ୬୫%, ଜଗତସିଂହପୁର ୫୨%, ଯାଜପୁର ୪୫%, ଝାରସୁଗୁଡା ୪୬%, କଳାହାଣ୍ଡି ୫୪%, କନ୍ଧମାଳ ୬୦%, କେନ୍ଦ୍ରାପଡା ୪୪%, କେନ୍ଦୁଝର ୩୩%, ଖୋର୍ଦ୍ଧା ୫୪%, କୋରାପୁଟ ୫୨%, ମାଲକାନଗିରି ୬୫%, ମୟୂରଭଞ୍ଜ ୬୧%, ନବରଙ୍ଗପୁର ୪୪%, ନୟାଗଡ଼ ୫୫%, ନୂଆପଡା ୫୩%, ପୁରୀ ୬୧%, ରାୟଗଡା ୬୬%, ସମ୍ବଲପୁର ୪୫% ଏବଂ ସୁନ୍ଦରଗଡ ୫୦% ହୋଇଛି।

Leave A Reply

Your email address will not be published.