Latest Odisha News

BREAKING NEWS

କୃଷି ନିୟମକୁ ବିରୋଧ କରି ଅକାଳୀ ଦଳରେ ମିଶିଲେ ବିଜେପିର ୧୦ ବରିଷ୍ଠ ନେତା

ଚଣ୍ଡୀଗଡ: କୃଷି ଆଇନ ନେଇ ପଞ୍ଜାବର ବିଜେପି ନେତାମାନେ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । ଯାହା କି ଦଳ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଶନିବାର ବିଜେପିର ୧୦ ବରିଷ୍ଠ ନେତା ଶିରୋମଣୀ ଅକାଳୀ ଦଳରେ ମିିଶିଛନ୍ତି । ବଥିଣ୍ଡା ଜିଲ୍ଲାରେ ଏସଏଡିର ସଭାପତି ସୁଖବୀର ସିଂ ବାଦଙ୍କ ଉପସ୍ଥିତିରେ ସେମାନେ ଦଳରେ ମିଶିଥିଲେ ।

ସେମାନେ ହେଲେ ବଲୱିନ୍ଦର ସିଂ, ସୁଖଦେବ ସିଂ, ବଲକର ସିଂ, ଜଗତାର ସିଂ ତାରି, ସୁରଜିତ କୌର, ରାଜିନ୍ଦର କୁମାର ରାଜି, ବଲଜିତ ସିଂ ଚହଲ, ବାହାଦୁର ଖାଁ, ରବିନ୍ଦର କୁମାର ଶର୍ମା ଓ ବାଘେଲା ସିଂ । କେନ୍ଦ୍ର ସରକାର ଯଦି ତାଙ୍କ ଜିଦରୁ ନ ଓହରିବେ ତାହାହେଲେ ଆହୁରି ଅନେକ ନେତା ଦଳ ଛାଡିବେ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.