Latest Odisha News

BREAKING NEWS

ପଶ୍ଚିମ କେମରୁନରେ ଭୟଙ୍କର ଦୁର୍ଘଟଣା ୫୩ ବସ୍ ଯାତ୍ରୀ ମୃତ

କେମରୁନ: ତୈଳ ଇନ୍ଧନ ଭର୍ତ୍ତି ଟ୍ରକ୍ ଓ ଯାତ୍ରୀବାସୀ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟ ଆଫ୍ରିକାର ପଶ୍ଚିମ କେମରୁନର ଏକ ଗାଁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ତୈଳ ଇନ୍ଧନ ଭର୍ତ୍ତି ଟ୍ରକଟି ସ୍ଥାନୀୟ ସମୟ ରାତି ପ୍ରାୟ ୩ଟାରେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା ।

ଫଳରେ ଇନ୍ଧନ ଭର୍ତ୍ତି ଟ୍ରକ୍ ସହ ବସରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ହୁତହୁତ୍ ହୋଇ ଜଳି ଉଠିଥିଲା ଗାଡ଼ି । ୭୦ ସିଟ୍ ବିଶିଷ୍ଟ ବସଟି ଫୋଉମ୍ବାନ ରାଜଧାନୀ ୟାଉନ୍ଦେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଗତବର୍ଷ ଡିସେମ୍ବରରେ ମାକେନେ ଗାଁ ନିକଟରେ ଏକ ଦୁର୍ଘଟଣାରେ ୩୭ ଲୋକଙ୍କ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.