Latest Odisha News

BREAKING NEWS

ଭୁବନେଶ୍ୱରରେ ହେୟାର ଷ୍ଟାଇଲିଷ୍ଟ ‘ଜାୱେଦ ହବିବ୍

ଭୁବନେଶ୍ୱର: ରାଜଧାନୀରେ ‘ଜାୱେଦ ହବିବ୍ ଏକାଡେମୀ’ର ପ୍ରତିଷ୍ଠାତା ଜାୱେଦ ହବିବ୍ । ଅଶୋକନଗରସ୍ଥିତ ‘ଜାୱେଦ ହବିବ୍ ଏକାଡେମୀ’ରେ ଅନୁଷ୍ଠିତ ଏକ ତାଲିମ୍ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଜାୱେଦ କରୋନା ପରବର୍ତୀ ସୌନ୍ଦର‌୍ୟ୍ୟ ଓ ରୂପଚର‌୍ୟ୍ୟାକୁ ନେଇ ଶିକ୍ଷା ବା ତାଲିମ୍ ନିହାତି ଜରୁରି ବୋଲି କହିଛନ୍ତି । ତାଙ୍କ କହିବା ମୁତାବକ, ସୌନ୍ଦର୍ଯ୍ୟ ଓ ରୂପଚର୍ଯ୍ୟାର ପରିସରକୁ କରୋନା ବେଶ୍ ସଙ୍କୁଚିତ କରିଦେଇଛି । ଲୋକ ଏବେ ଘର ଭିତରେ ଫେସିଆଲ ଓ ୱାକ୍ସିଂ କରିବାକୁ ଚାହୁଛନ୍ତି । ସୌନ୍ଦର‌୍ୟ୍ୟ ଓ ଉପଚାର କ୍ଷେତ୍ରରେ ନିଯୁକ୍ତି, ରୋଜଗାରର ହ୍ରାସ ଘଟିଛି । ତେଣୁ ବ୍ୟୁଟି ଓରିଏଂଟେଡ ବା କସମେଟିକ୍ ଓରିଏଂଟେଡ ଏହି ସେବା କ୍ଷେତ୍ରରେ ଶିକ୍ଷା ବା ତାଲିମର ଯଥେଷ୍ଟ ଆବଶ୍ୟକତା ଦେଖାଦେଇଛି ।

ଏହି ଅବସରରେ ୬୦ ଜଣଙ୍କୁ ତାଲିମ ଦିଆଯାଇଥିଲା । ଏଥି ସହ ଏହାର ଫ୍ରାଂଚାଇଜି ନେଇ ଲାଭବାନ୍ ହୋଇପାରିବେ ଏବଂ ତାଲିମ ଗ୍ରହଣ କରି ଲୋକଙ୍କୁ ସୌନ୍ଦର୍ଯ୍ୟ ଓ ରୂପଚର୍ଯ୍ୟା କ୍ଷେତ୍ରରେ ସେବା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ ମାଷ୍ଟର ଫ୍ରାଂଚାଇଜି ୟୁ.ଜି ସିଂହ ।

୧୫ ବର୍ଷ ହେବ ଭୁବନେଶ୍ୱରରେ ଏହି ବ୍ରାଣ୍ଡ୍ର ଏକ ଶିକ୍ଷାନୁଷ୍ଠାନ କାର‌୍ୟ୍ୟକରି ଆସୁଛି । ଫ୍ରାଂଚାଇଜି ଦେବା ସହିତ ତାଲିମ ମଧ୍ୟ ଯୋଗାଇ ଆସୁଛି । ‘ଜାୱେଦ ହବିବ୍ ହେୟାର୍ ଆଣ୍ଡ୍ ବ୍ୟୁଟି ଲିମଟେଡ’ ଅଧୀନରେ ଭାରତର ୧୧୫ଟି ସହରରେ ମୋଟ୍ ୯୦୦ଟି ସାଲୁନ୍ ଏବଂ ୭୦ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟରତ ରହିଛି ।

Leave A Reply

Your email address will not be published.