Latest Odisha News

BREAKING NEWS

ସୁନ୍ଦରଗଡ଼ ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୭ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସ୍କୁଲ ଖୋଲାଯାଇଥିଲା । ୩ଦିନ ପୂର୍ବରୁ ବିଦ୍ୟାଳୟର ଛାତ୍ରବାସରେ ରହୁଥିବା ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ଜ୍ୱର, ଥଣ୍ଡା, କାଶ ହେବା ପରେ ତାଙ୍କୁ କରୋନା ପରୀକ୍ଷା କରାଯାଇଥିଲା । ପରୀକ୍ଷା କରାଯିବାରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।

ସେ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହେବା ପରେ ମେଡ଼ିକାଲ ଟିମ୍ ଛାତ୍ରବାସରେ ରହୁଥିବା ଛାତ୍ରୀମାନଙ୍କର କୋଭିଡ଼୍ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୫୩ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତମାନଙ୍କୁ ହଷ୍ଟେଲରେ ସଙ୍ଗରୋଧରେ ରଖାଯିବା ସହ ଜଣେ ନର୍ସ ନିୟୋଜିତ ଅଛନ୍ତି । ଛାତ୍ରବାସକୁ ଖାଲି କରିଦେବା ସହ ସମସ୍ତ ଛାତ୍ରୀଙ୍କୁ ଘରକୁ ପଠାଇଦିଆଯାଇଛି । ଶିକ୍ଷାନୁଷ୍ଠାନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

Leave A Reply

Your email address will not be published.