ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ମୋଟ୍ ସଂଖ୍ୟା ୧,୧୭,୮୭,୫୩୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।
India reports 53,476 new #COVID19 cases, 26,490 recoveries, and 251 deaths in the last 24 hours, as per the Union Health Ministry
Total cases: 1,17,87,534
Total recoveries: 1,12,31,650
Active cases: 3,95,192
Death toll: 1,60,692Total vaccination: 5,31,45,709 pic.twitter.com/MHqvScsPDS
— ANI (@ANI) March 25, 2021
କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୩,୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୨୫୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁସ୍ଥ ହୋଇଛନ୍ତି ୨୬,୪୯୦ ଜଣ।
ଏଯାବତ୍ ଆକ୍ଟିଭ୍ କେସ୍ ୩,୯୫,୧୯୨ ରହିଥିବା ବେଳେ ପାଖାପାଖି ୧,୬୦,୬୯୨ ଜଣ ପ୍ରାଣ ହରାଇଛନ୍ତି।
ଆହୁରି ମଧ୍ୟ ସମସ୍ତ ୧,୧୨,୩୧,୬୫୦ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।
Comments are closed.