Latest Odisha News

BREAKING NEWS

ବିପଦରେ ଓଡ଼ିଶା ଜଙ୍ଗଲ; ୩ମାସରେ ଜଳିଲାଣି ୩ ହଜାର ହେକ୍ଟର

ଭୁବନେଶ୍ବର: ଓଡ଼ିଶାରେ ପ୍ରତିବର୍ଷ ବଢିଚାଲିଛି ଜଙ୍ଗଲ ନିଆଁ । ୪ ବର୍ଷରେ ପାଉଁଶ ହେଲାଣି ୫୩ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ । ସେହିପରି ଗତ ୩ ମାସରେ ଜଳିଲାଣି ୩ ହଜାର ହେକ୍ଟର ଜଙ୍ଗଲ । ବିଧାନସଭାରେ ଏପରି ସାଂଘାତିକ ରିପୋର୍ଟ ପ୍ରକାଶ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ବିଧାନସଭାରେ ବିଜେଡ଼ି ବିଧାୟକ ରମେଶ ବେହେରା ଜଙ୍ଗଲ ପ୍ରସଙ୍ଗରେ ଲିଖିତ ପ୍ରଶ୍ନ ପଚାରିଥିଲେ । ଉତ୍ତର ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ୨୦୨୧ରେ ୨୮ ହଜାର ୫୬୯ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଥିବା ବେଳେ ୨୦୨୨ରେ ୮ ହଜାର ୪୩୮ ହେକ୍ଟର ଜଙ୍ଗଲ ଜଳିଯାଇଛି । ସେହିପରି ୨୦୨୩ରେ ୯ ହଜାର ୭୧୧ ହେକ୍ଟର ଜଙ୍ଗଲ ଜଳିଛି। ଗତ ଚାରି ବର୍ଷରେ ସର୍ବ ମୋଟ ୫୩ ହଜାର ୮୨୦ ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇ ଯାଇଛି। ନିଆଁ ଦାଉରୁ କିପରି ଜଙ୍ଗଲକୁ ରଖାକରାଯିବ । ସେନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.