Latest Odisha News

BREAKING NEWS

୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୪% କରୋନା ମାମଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୫୪% କରୋନା ମାମଲା ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛି । ଅନ୍ୟପଟେ ୫୧ % ମୃତ୍ୟୁ ମାମଲା ୬୦ ବା ତାଠାରୁ ଉର୍ଦ୍ଧ୍ୱ ବୟସରେ ହୋଇଥିବା ରେକର୍ଡ ହୋଇଛି ।

ଏହି ରିପୋର୍ଟରେ କୁହାଯାଇଛି ୧୫୭୮ ଟି କୋଭିଡ ଡାକ୍ତରଖାନା ରାହିଛି ଯାହା ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଉଛି। ଭାରତର ଜନସଂଖ୍ୟାରେ ତୁଳନାରେ ମୃତ୍ୟୁ ସଂଖ୍ୟା ଅନ୍ୟଦେଶ ଠାରୁ ଯଥେଷ୍ଟ କମ୍ ରହିଛି। ବ୍ରାଜିଲ ଏବଂ ୟୁ.କେ ସହ ତୁଳନା କଲେ ଭାରତରେ ମୃତ୍ୟୁ ସଂଖ୍ୟା ୧୨ ରୁ ୧୩ ଗୁଣ କମ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.