Latest Odisha News

BREAKING NEWS

ଗୋଟିଏ ଦିନରେ ରାଜ୍ୟରେ ୩୬୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି।

୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୬ ଶହ ୩୧ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୪୧୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭୨ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୮ ହଜାର ୭୬୩ ଓ ସୁସ୍ଥ ହେଲେଣି ୮୦ ହଜାର ୦୭୩ ଆକ୍ରାନ୍ତ ।

Leave A Reply

Your email address will not be published.