Latest Odisha News

ଭୟଙ୍କର ଗ୍ରୀଷ୍ମପ୍ରବାହ; ୭୨ ଘଣ୍ଟା ମଧ୍ୟରେ ୫୪ ମୃତ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରେଦଶର ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୩ ଦିନ ମଧ୍ୟରେ ଅତିକମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦ ଅସୁସ୍ଥଙ୍କର ଚିକିିତ୍ସା ଚାଲିଛି ।   ମାତ୍ରାଧିକ ତାତି ଓ   ଭୀଷଣ ଗ୍ରୀଷ୍ମ ପ୍ରବାହ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।  ଡାକ୍ତରଙ୍କ କହିବା ଅନୁଯାୟୀ, ବିଭିନ୍ନ କାରଣରୁ ଏମାନଙ୍କର ମୃତ୍ୟୁ ଘଟିଥିଲେ ହେଁ ମାତ୍ରାଧିକ ଖରା ଓ ଗରମ ଏହାର ଏକ କାରଣ ।   ତେବେ ମୃତ୍ୟୁର ସଠିକ କାରଣ କ’ଣ ଜାଣିବାକୁ ଏକ ଡାକ୍ତରୀ ଟିମ୍ ବଲିୟା ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପୁରା ଉତ୍ତରପ୍ରଦେଶରେ ଖରାତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି । ଫଳରେ ଅଧିକରୁ ଅଧିକ ଲୋକ ଗରମ ସମ୍ଭାଳି ନ ପାରି ଅସୁସ୍ଥ ହୋଇପଡୁଛନ୍ତି ।  ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୂଚନାଥାଉ କି, ଉତ୍ତରପ୍ରଦେଶରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ଫଳରେ ଗତ ୧୫, ୧୬ ଓ ୧୭ ତାରିଖରେ ଜ୍ୱର, ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ନେଇ ଅନେକ ରୋଗୀ ବିିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଜୁନ ୧୫ ତାରିଖରେ ୨୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ରେ ୨୦ ଏବଂ ୧୭ ତାରିଖରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବଲିୟା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଦାୟିତ୍ୱରେ ଥିବା ମେଡିକାଣ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଆଜମଗଡ ସର୍କଲର ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିପି ତିୱାରୀ କହିଛନ୍ତି, ଲକ୍ଷ୍ନୌର ଏକ ଡାକ୍ତରୀ ଟିମ ଆସୁଛନ୍ତି । କେଉଁ କାରଣରୁ ଏତେ ସଂଖ୍ୟକ ରୋଗୀଙ୍କର ମୃତ୍ୟୁ ଘଟୁଛି ସେମାନେ ଘଟଣାର ତଦନ୍ତ କରିବେ । ଯେତେବେଳେ  ଗରମ ବା ଥଣ୍ଡା ବଢିଯାଏ ସେତେବେଳେ ଡାଇବେଟିକ, ବ୍ଲଡ ପ୍ରେସର ରୋଗୀ, ଶ୍ୱାସଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବିପଦ ବଢି ଯାଇଥାଏ । ତେଣୁ ତାପମାତ୍ରା ବୃଦ୍ଧି ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଡାକ୍ତର ତିୱାରୀ ଅନୁମାନ କରିଛନ୍ତି ।

ତେବେ ଏତେ ସଂଖ୍ୟକ ରୋଗୀ ସଂଖ୍ୟା ବଢି ଯିବାରୁ  ହସ୍ପିଟାଲର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଅଚାନକ୍ ଏତେ ମାତ୍ରାରେ ରୋଗୀ ସଂଖ୍ୟା ବଢିବଯିବାରୁ ମେଡିକାଲ ଗୁଡିକରେ ବେଡ୍ ସମସ୍ୟା ଦେଖାଯାଇଛି । ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ଡାକ୍ତରଖାନା କର୍ମଚାରୀମାନେ ଚେଷ୍ଟା କରୁଥିବା ଡାକ୍ତର ତିୱାରୀ କହିଛନ୍ତି ।

 

Leave A Reply

Your email address will not be published.