Latest Odisha News

BREAKING NEWS

ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ପରେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ରାମଚନ୍ଦ୍ର ସେନଙ୍କୁ ଭିଜିଲାନ୍ସ ଗିରଫ କରିଛି । ରାମଚନ୍ଦ୍ରଙ୍କ ଠାରୁ ଭିଜିଲାନ୍ସ ଆୟଠୁ ଅଧିକ ୨୦୧ ପ୍ରତିଶତ ସମ୍ପତ୍ତି ଠାବ କରିବା ସହ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି ।

ଗତକାଲି ଭିଜିଲାନ୍ସ ରାମଚନ୍ଦ୍ରଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ରାମଚନ୍ଦ୍ରଙ୍କ ଆୟ ଠାରୁ ୨୦୧ ପ୍ରତିଶତ ଅଧିକ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି । ଏସବୁ ସମ୍ପତ୍ତି ମଧ୍ୟରେ ୨ଟି ବହୁତଳ କୋଠା ସହ ୧୫ଟି ପ୍ଲଟ୍, ୪୦ ଲକ୍ଷର ବ୍ୟାଙ୍କ ଜମା ଓ ବୀମା, ୩ଟି ଚାରି ଚକିଆ, ୫ଟି ୨ ଚକିଆ ଗାଡ଼ି ସହ ଅନ୍ୟ ଆସବାବପାତ୍ରର ଯାଞ୍ଚ କରୁଛି ଭିଜିଲାନ୍ସ ।

ମୟୂରଭଞ୍ଜର କୁଳିଅଣାରେ ୧୩୨୭୭ ସ୍କୋୟାରଫୁଟରେ ଗୋଟିଏ ୩ ମହଲାର ପ୍ୟାଲେସ ରହିଥିବା ବେଳେ ପଢ଼ିଆରିପୁରରେ ୪୫୦୦ ସ୍କୋୟାରଫୁଟରେ ରହିଛି ୪ ମହଲା କୋଠା । ଏହା ଛଡ଼ା ବାରିପଦା, କୁଳିଅଣା, ସାମାଖୁଣ୍ଟା ଓ ବାଙ୍ଗିରିପୋଷି ଆଦି ସ୍ଥାନରେ ରହିଛି ବାବୁଙ୍କ ୧୫ଟି ପ୍ଲଟ୍ ।

୪୦ ଲକ୍ଷର ବ୍ୟାଙ୍କ ଜମା ଓ ବୀମା ମିଳିଥିବା ବେଳେ ୩ଟି କାର୍ ଓ ୪ଟି ବାଇକ୍ ମିଳିଛି । ନଗଦ ଟଙ୍କା ଓ ସୁନା ଗହଣାର ମୂଲ୍ୟ ୩୦.୫୫ ଲକ୍ଷ ଟଙ୍କା ହେବ । ରାମଚନ୍ଦ୍ର ଗିରଫ ହୋଇଥିବା ବେଳେ ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.