Latest Odisha News

BREAKING NEWS

କେରଳର ନଟବରଲାଲ: ନକଲି ମ୍ୟୁଜିୟମ କରି ଠକିନେଲା ୧୦କୋଟି

କୋଚି: ନକଲି ମ୍ୟୁଜିୟମ କରି କେରଳର ଜଣେ ୫୪ ବର୍ଷୀୟ ପ୍ରୌଢ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି । ୫୪ ବର୍ଷୀୟ ମୋନସନ ମାଭୁଙ୍କଲ ଆଂଟିକ ପଦାର୍ଥର ମ୍ୟୁଜିୟମ କରିଥିଲେ । ଏଥିରେ ଟିପୁ ସୁଲତାନଙ୍କ ସିଂହାସନ, ଯୀଶୁ ଖ୍ରୀଷ୍ଟଙ୍କ ପୋଷାକ ଓ ପ୍ୟାଗମ୍ବର ମହମ୍ମଦଙ୍କ ବ୍ୟବହୃତ ପଦାର୍ଥ ରହିଥିବା ସେ ଦାବୀ କରିଥିଲେ । ପୋଲିସ ତଦନ୍ତ ପରେ ଏହା ସବୁ ନକଲି ବୋଲି ଜଣାପଡିଥିଲା ।

ଏକ ୱେବସାଇଟ ପ୍ରସ୍ତୁତ କରି ମଡେଲଙ୍କ ପରି ବିଭିନ୍ନ ଷ୍ଟାଇଲର ପୋଜର ଫଟୋ ଏଥିରେ ରଖିଥିଲେ । କରୀନା କାପୁରଙ୍କ ନାମରେ ଦାମୀ କାର କିଣିଥିଲେ । ଆରବିଆଇ, ଡିଆରଡିଓ, ଅର୍ଥ ମନ୍ତ୍ରଣାଳୟର ନକଲି ଡକ୍ୟୁମେଂଟ ବି ପ୍ରସ୍ତୁତ କରିଥିଲେ । ଲୋକଙ୍କୁ ପ୍ରଭାବିତ କରିବା ପାଇଁ କେରଳର ବିଭିନ୍ନ ମନ୍ତ୍ରୀ, ଡିଜିପି ଓ ଅଭିନେତାଙ୍କ ସହ ତାଙ୍କ ଫଟୋ ମ୍ୟୁଜିୟମରେ ମାରିଥିଲେ ।

Leave A Reply

Your email address will not be published.