Latest Odisha News

BREAKING NEWS

ଗାଁରେ ଥମୁନି ହାତୀ ଆତଙ୍କ

ଯାଜପୁର: ହାତୀ ଉପଦ୍ରବ ଦିନ କୁ ଦିନ ବୃଦ୍ଧି ପାଉଛି। ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା, ଗୋବର୍ଦ୍ଧନପୁର ପଂଚାୟତ ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ  ଆତଙ୍କ । ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ଥପଦା , ଦୁର୍ଗାପୁର,କମଳା ବାହାଳି , ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି । ଧାନଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି ଜଙ୍ଗଲୀ ହାତୀପଲ ।

ପ୍ରତେକ ଦିନ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭିତ ଅବସ୍ଥାରେ ପଡି ରହିଛନ୍ତି । ଏନେଇ ସ୍ଥାନୀୟ ଲୋକେ ଟମକା ବନ ଖଣ୍ଡରେ ଅଭିଯୋଗ କରିଥିଲେ । .ସେପଟେ ଫସଲ ନଷ୍ଟ ନିମନ୍ତେ କ୍ଷତି ପୂରଣ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ସ୍ଥାନୀୟ ଚାଷୀ ।

Leave A Reply

Your email address will not be published.