Latest Odisha News

BREAKING NEWS

ଭାବି ବୋହୂ ସହ ଫେରାର ହେଲେ ଶ୍ଵଶୁର

ରାମପୁର: ଭାବି ବୋହୂ ସହ ଫେରାର ହେଲେ ଶଶୁର। ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାର ଏକ ଗାଁରେ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ସମ୍ପର୍କ ଉପରେ ବିଶ୍ୱାସ ଉଠିଯିବ।   ରାମପୁରର ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିକଟରେ ତାଙ୍କ ପୁଅର ନିର୍ବନ୍ଧ କରିଥିଲେ।

ଭୋଟ୍ ଥାନା ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତି ଜଣକ ୬ ମାସ ପୂର୍ବରୁ ତାଙ୍କ ପୁଅର ବିବାହ ନିକଟସ୍ଥ ଗାଁର ଜଣେ ୧୮ ବର୍ଷୀୟ ଝିଅ ସହିତ ସ୍ଥିର କରିଥିଲେ। ବିବାହ ସ୍ଥିର ହେବା ପରେ ବାପା ଭାବି ବୋହୂ ଘରକୁ ଯିବା ଆସିବା କରିଥିଲେ। ଏହାରି ମଧ୍ୟରେ ଭାବି ବୋହୂକୁ ପ୍ରେମ ଜାଲରେ ଫସାଇ ସମ୍ପର୍କ ଗଢ଼ିଥିଲେ।

ତେବେ ପ୍ରାୟ ଆଠ ଦିନ ପୂର୍ବରୁ ବରର ବାପା ଭାବି ବୋହୂକୁ କୌଣସି ଏକ କାରଣରେ ଦିଲ୍ଲୀ ନେଇ ଯାଇଥିଲେ। ପରେ ଘରକୁ ଫେରି ବୋହୂକୁ ନିଜ ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ।ଏହା ଶୁଣି ପୁଅ ରାଗି ଯାଇ ଝଗଡା କରିଥିଲା। ତେବେ କିଛି ସମୟ ମଧ୍ୟରେ ଏହି ଖବର ସାରା ଗାଁରେ ବ୍ୟାପି ଯାଇଥିଲା । ଯାହାକୁ ନେଇ ଗାଁରେ ଏକ ପଞ୍ଚାୟତ ବସିଥିଲା। ପଞ୍ଚାୟତର ନିଷ୍ପତ୍ତି ପରେ ଉଭୟଙ୍କୁ ଗାଁରୁ ବାହାର କରିଦିଆଯାଇଥିଲା।ବର୍ତ୍ତମାନ୍ ଉଭୟ ଶାହଜାହାନନଗର ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଜଣାପଡ଼ିଛି।

 

Comments are closed.