Latest Odisha News

BREAKING NEWS

୫୫ ବର୍ଷୀୟ ବ୍ୟକ୍ତି ଖୋଜୁଛନ୍ତି ଜୀବନସାଥୀ: ତହସିଲଦାରଙ୍କ ନିକଟରେ କଲେ ଆବେଦନ

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ନିଜ ଜୀବନସାଥୀ ତାଙ୍କ ପସନ୍ଦର ହୋଇଥିବା ଦରକାର । ଏବେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ନିଜ ପସନ୍ଦର ଜୀବନସାଥୀ ଖୋଜିବାର ତରିକା ଟିକେ ନିଆରା । ତାଙ୍କ ଜୀବନସାଥୀ କେମିତି ହେବା ଦରକାର ସେନେଇ ତହସିଲଦାରଙ୍କ ନିନକଟରେ ଏକ ଆବେଦନ କରିଛନ୍ତି, ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ରାଜସ୍ଥାନର ଦୋସା ଅଞ୍ଚଳର କାଲୁ ମହାୱାର । ବୟସ ୫୫ ବର୍ଷ ହେଲାଣି । ହେଲେ ଏବେ ନିଜ ମନ ପସନ୍ଦର ଏକ ଜୀବନସାଥୀ ଦରକାର । କିନ୍ତୁ କନ୍ୟା ଖୋଜିବାର ତରିକା ଟିକେ ନିଆରା । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚର୍ାରେ ଅଛନ୍ତି । କାଲୁ ତାଙ୍କର କେମିତି ଝିଅ ଦରକାର ସେନେଇ ଏକ ଆବେଦନ ପତ୍ର ସରକାରୀ ଶିବିରରେ ଗଙ୍ଗାଦୱାଡି ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ତାଙ୍କର ଏହି ଆବେଦନ ପତ୍ରକୁ ଦେଖି ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏଥିସହିତ ପ୍ରଶାସନ ମଧ୍ୟ ତାଙ୍କ ଆବେଦନକୁ ଗ୍ରହଣ କରିଛି ।

ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଜୀବନସାଥୀ ପତଳା ହେବା ଦରକାର, ଯାହାଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବ । ତାଙ୍କ ରଙ୍ଗ ଗୋରା ହେବା ଉଚିତ୍ । ପ୍ରତ୍ୟେକ କାର୍ଯ୍ୟରେ ଆଗୁଆ ହେବାସହ ଘର କାମ ଠିକ୍ ଭାବେ କରିବାକୁ ସକ୍ଷମ ହେଉଥବା ଦରକାର । ୫୫ ବର୍ଷିୟ କାଲୁଙ୍କ ଏହି ପସନ୍ଦ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଏକାକୀ ରହୁଛନ୍ତି । ଘରେ କାମଧନ୍ଦା କରିବାରେ ଅସୁବିଧା ହେଉଛି । ଏଭଳି ପରିସ୍ଥିତିରେ ତାଙ୍କୁ ଘରୋଇ କାମ ପାଇଁ ପତ୍ନୀ ଦରକାର । ପତ୍ନୀଙ୍କ ଯୋଗ୍ୟତା ମଧ୍ୟ ଆବେଦନରେ ଉଲ୍ଲେ୍‌ଖ କରିଛନ୍ତିି ।

ସବୁଠୁ ବଡ଼ କଥା, ତହସିଲଦାର ଏହି ଆବେଦନପତ୍ରକୁ ଗ୍ରହଣ କରି ଯାଞ୍ଚ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ପାଖକୁ ପଠାଇଛନ୍ତି । ଆଉ ଯାଞ୍ଚ ତୁରନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ପ୍ରସଙ୍ଗରେ ପଞ୍ଚାୟତ ସ୍ତରରେ ଏକ ଦଳ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ କଲେକ୍ଟର କମର ଚୌଧୁରୀ କହିଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ଆବେଦନ ଥିଲା । ଏଭଳି ପରିସ୍ଥିତିରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଯଦି ସେ ପ୍ରକୃତରେ ହଇରାଣ ହେଉଛନ୍ତି ଆଉ ତାଙ୍କ ଆବେଦନକୁ ଗ୍ରହଣ କରା ନ ଯାଏ, ତେବେ ସେ କୌଣସି ଆତ୍ମହତ୍ୟା ଭଳି କିଛି ଭୁଲ ପଦକ୍ଷେପ ନେଇପାରନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ଆବେଦନ ଗ୍ରହଣ କରାଯାଇଛି ଓ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.