Latest Odisha News

BREAKING NEWS

୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖରୁ ତାତି ସାମାନ୍ୟ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼଼ିଶାରେ ତାପମାତ୍ର ୪୨ ଡିଗ୍ରୀ ଉପରେ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ପାରଦ ୪୩.୩ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, ବରଗଡ଼ରେ ୪୨.୧ ଡିଗ୍ରୀ, ବାରିପଦାରେ ୪୨ ଡିଗ୍ରୀ, ଭୁବନେଶ୍ୱରରେ ୪୧.୯ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ବଲାଙ୍ଗିରରେ ୪୧.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୨ ଡିଗ୍ରୀ, ମାଲକାନଗିରି ଓ ନୂଆପଡ଼ାରେ ୪୧ ଡିଗ୍ରୀ, ଟିଟିଲାଗଡ଼ ଓ ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଚାନ୍ଦବାଲିରେ ୪୦.୨ ଡିଗ୍ରୀ ଓ ଜଗତସିଂହପୁରରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆସନ୍ତାକାଲି କାଳବୈଶାଖୀ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ୮ ତାରିଖରେ କାଳବୈଶାଖୀ ନେଇ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।

Leave A Reply

Your email address will not be published.