ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୫,୦୭୯ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୬ ଜଣଙ୍କର ଜୀବନ ଯାଇଛି ।
ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୨,୦୨,୭୪୩ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୬,୭୩,୧୧୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯,୭୭,୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୫୧,୭୯୭ ଜଣଙ୍କର ମୃତ୍ୟୁ ହୋଇଛି।