Latest Odisha News

BREAKING NEWS

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ କରୋନା ପଜିଟିଭ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୪୧୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୩ ଲୋକାଲ କେସ୍ ରହିଛି।

ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୩୩ ରେ ପହଞ୍ଚିଛି । ସେଥିମଧ୍ୟରେ ୨୦୩୩୯ ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୩୭୭୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

“କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟରେ କୋଭିଡ୍ ପରୀକ୍ଷଣକୁ ବ୍ଯାପକ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ପରୀକ୍ଷଣ ସଂଖ୍ୟା ୧୦ ଲକ୍ଷ ୯ ହଜାର ୪୫୪ରେ ପହଞ୍ଚିଛି। ଏବେ ଦୈନିକ ୫୦ହଜାରରୁ ଅଧିକ ପରୀକ୍ଷଣ ସମ୍ଭବପର ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହା ଆହୁରି ବୃଦ୍ଧି କରାଯିବ” ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.