Latest Odisha News

BREAKING NEWS

ଦେଶରେ ହେବ ୫୫୧ ମେଡିକାଲ ଅକ୍ସିଜେନ ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପୀଡିତ ଗୁରୁତର ରୋଗୀଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଥିପାଇଁ ସରକାର ଉତ୍ସର୍ଗୀକୃତ Pressure Swing Adsorption (PSA) ମେଡିକାଲ ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। PM CARES ପାଣ୍ଠିରୁ ଏହି ଅର୍ଥ ଭରଣା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ। ବର୍ତ୍ତମାନ ଦେଶର ବିଭିନ୍ନ ଜିଲ୍ଲାର ଡାକ୍ତରଖାନାରେ ୧୬୨ ଟି ପ୍ଲାଣ୍ଟ ଅଛିି।

ଖାସକରି ମାତ୍ର ୪-୫ ସପ୍ତାହ ମଧ୍ୟରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହେଉଥିବା ବେଳେ ୪୦-୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଥାଶୀଘ୍ର ଏହି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଜିଲ୍ଲା ସ୍ତରରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ହେବ।

Leave A Reply

Your email address will not be published.