Latest Odisha News

BREAKING NEWS

ଗାଁରେ ହାତୀ , ଆତଙ୍କିତ ଲୋକେ

ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ ରାସଗୋବିନ୍ଦପୁର ରେଞ୍ଜ ପୂର୍ଣ୍ଣଚନ୍ଦ୍ରପୁର, ଭାଲିଆଗଡିଆ, ବଣକାଟି, ମିର୍ଧପୁର ଆଦି ଗାଁରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିପକେଉଛନ୍ତି । ତେବେ ନିକଟରେ ଥିବା ୨୩ ଏକର ବିଶିଷ୍ଟ ଏହି ଫାର୍ମହାଉସ ଭିତରେ ହାତୀପଲ ପାମଲିନ୍ ଗଛ , ନଡ଼ିଆ ଗଛ ସହିତ ଘର ଓ ପାଣି ପମ୍ପ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀ ପଲକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ନିୟୋଜିତଥିଲେ ମଧ୍ୟ ହାତୀ ପଲକୁ ଘଉଡାଇବାରେ ବିଫଳ ହୋଇଛନ୍ତି । ହାତୀଙ୍କ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଏସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ଟିମ ଗଠନ କରାଯାଇ ହାତୀଙ୍କ ଉପରେ ନଜର ରଖାଯାଇଛି । ତେବେ ହାତୀଙ୍କ ଦ୍ଵାରା ହୋଇଥିବା କ୍ଷୟକ୍ଷତି ଆକଳନ ପରେ ବନବିଭଗ ତରଫରୁ କ୍ଷତିପୁରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.