ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ ରାସଗୋବିନ୍ଦପୁର ରେଞ୍ଜ ପୂର୍ଣ୍ଣଚନ୍ଦ୍ରପୁର, ଭାଲିଆଗଡିଆ, ବଣକାଟି, ମିର୍ଧପୁର ଆଦି ଗାଁରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିପକେଉଛନ୍ତି । ତେବେ ନିକଟରେ ଥିବା ୨୩ ଏକର ବିଶିଷ୍ଟ ଏହି ଫାର୍ମହାଉସ ଭିତରେ ହାତୀପଲ ପାମଲିନ୍ ଗଛ , ନଡ଼ିଆ ଗଛ ସହିତ ଘର ଓ ପାଣି ପମ୍ପ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀ ପଲକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ନିୟୋଜିତଥିଲେ ମଧ୍ୟ ହାତୀ ପଲକୁ ଘଉଡାଇବାରେ ବିଫଳ ହୋଇଛନ୍ତି । ହାତୀଙ୍କ ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଏସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ଟିମ ଗଠନ କରାଯାଇ ହାତୀଙ୍କ ଉପରେ ନଜର ରଖାଯାଇଛି । ତେବେ ହାତୀଙ୍କ ଦ୍ଵାରା ହୋଇଥିବା କ୍ଷୟକ୍ଷତି ଆକଳନ ପରେ ବନବିଭଗ ତରଫରୁ କ୍ଷତିପୁରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.