ପୁରୀ : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭିନ୍ନ ଭିନ୍ନ ଢଙ୍ଗରେ ଭେଟି ଦେବାକୁ ଯାଉଛି । ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମୋ କଲେଜର ଅଧ୍ଯକ୍ଷ ଆକାଶ ଦାସ ନାୟକଙ୍କ ସହ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦାନ କରିଥିଲେ ।
ଏହି କୁମାରୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ “କଇଁର ପ୍ରୀତିରେ ପାଗଳ ଜହ୍ନ”। ଏଥିସହିତ ଭୋ ଶମ୍ଭୁ, ଗୋଲଡେନ ମେମୋରୀ,ବିହୁ ଓଡିଶୀ ନୃତ୍ୟ ସୂର୍ଯ୍ୟ ନମସ୍କାର,ଗୀତିନାଟ୍ୟ ମହାଲକ୍ଷ୍ମୀ ଆଦିକୁ ନିଖୁଣ ଭାବେ ପରିବେଷଣ କରାଯାଇଥିଲା। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। କୁମାର ଉତ୍ସବରେ ଚଳିତବର୍ଷ ଶ୍ରେଷ୍ଠ କୁମାର ଓ ଶ୍ରେଷ୍ଠ କୁମାରୀ ଆୱର୍ଡ ମଧ୍ୟ ପ୍ରଦାନ କରାଯାଇଛି ।
Comments are closed.