Latest Odisha News

BREAKING NEWS

ଅନୁଭୂତ ହେଲା ଶୀତୁଆ କୁହୁଡ଼ି, ଆରମ୍ଭ ହେବ ଶୀତ

ଭୁବନେଶ୍ୱର: ଧର୍ମ ମାସ କାର୍ତ୍ତିକ ଆରମ୍ଭ ସହ ରାଜ୍ୟରେ ଶୀତୁଆ କୁହୁଡ଼ି ଅନୁଭୂତ ହୋଇଛି । ଆଜି ଭୋରରୁ ରାଜଧାନୀରେ ଅନୁଭୂତ ହୋଇଛି ଚଳିତ ମାସର ପ୍ରଥମ ଘନକୁହୁଡ଼ି । ଘନକୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ୧ ଘଣ୍ଟା ମଧ୍ୟରେ ଦୃଶ୍ୟମାନ ଦୂରତା ୩୫୦୦ ମିଟର ତଳକୁ ଖସିଥିଲା । ଏବେ କୁହୁଡ଼଼ି ଅନୁଭୂତ ହୋଇଥିବାରୁ ଆଗକୁ ଶୀତ ଆରମ୍ଭ ହେବ ।

ଅନ୍ୟପଟେ ପୁଣି ଥରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସରାଣ ପାଇଁ ପାଗ ଅନୁକୂଳ ହୋଇଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାଗର ଅଧିକାଂଶ ସ୍ଥାନ ଏବଂ ମଧ୍ୟ ଭାରତ ଭୂଭାଗର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ହେଉଥିବା କହିଛି ପାଣିପାଗ ବିଭାଗ ।

ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଉତ୍ତର ଶ୍ରୀଲଙ୍କା ଉପକୂଳ ଉପରେ ଘୂର୍ଣ୍ଣିବଳୟ ରହିଛି । ଆଜି ବଜ୍ରପାତ ଓ ଘଡ଼ଘଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗିର, ନୂଆପଡ଼ା, ବରଗଡ଼଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୧୨ ତାରିଖରି ୧୩ ତାରିଖ ସକାଳ ୮ଟା ୩୦ ଯାଏ ବଜ୍ରପାତ ଓ ଘଡ଼ଘଡ଼ି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Leave A Reply

Your email address will not be published.