Latest Odisha News

BREAKING NEWS

ସୁନ୍ଦରଗଡରେ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।

 

ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣଙ୍କ ସବିଶେଷ ବିବରଣୀ ଦେବା ସହ ଆଉ ୪୬ ଜଣଙ୍କର ରିପୋର୍ଟ ପୁନଃ-ସୁନିଶ୍ଚିତ ପାଇଁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସଚନା ଦିଆଯାଇଛି।
ଆହୁରି ମଧ୍ୟ ରାପିଟ୍ ଆଣ୍ଟିଜେନ୍ ଟେଷ୍ଟ ବେଳେ ୮ ଜଣଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଥିଲା ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୨୩୭ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୭୩୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

Comments are closed.