ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ।
Ganjam test status for 24/6/2020.. active contact tracing going on.
Stay at home and be safe.
Use mask 😷.
Wash hands frequently.
Don’t touch nose mouth and eyes.
Take care of senior citizens and kids. @CMO_Odisha @HFWOdisha pic.twitter.com/6rBnia5JjX— Collector & District Magistrate, Ganjam (@Ganjam_Admin) June 25, 2020
ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଇଏମସି(୩), ଭଞ୍ଜନଗର (୨), ବୁଗୁଡା (୩), ଛତ୍ରପୁର(୨), ଚିକିଟି (୧), ଧରାକୋଟ (୧), କୁକୁଡାହାଣ୍ଡି (୧), ପାତ୍ରପୁର (୧), ପୋଲସରା (୧), ସାନଖେମୁଣ୍ଡି (୨) ଓ ଶେରଗଡରୁ ଜଣେ କରୋନା ପଜିଟିଭ ହୋଇଛନ୍ତି ।
ସେହିପରି ସୁରଟ (୪), ମୁମ୍ବାଇ(୧), ବାଙ୍ଗାଲୋର(୩), ତାମିଲନାଡୁ(୧), କର୍ଣ୍ଣାଟକ (୧) ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କର ଯାତ୍ରା ଇତିହାସ ରହିଥିବା ବେଳେ ଆଉ ୨୯ ଜଣ କରୋନା ପଜିଟିଭଙ୍କର ସଂସ୍ପର୍ଶରେ ଆସିଥିଲେ ।
ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Comments are closed.