Latest Odisha News

BREAKING NEWS

୧୮୭ଟି ମୁଦ୍ରା ଗିଳି ଦେଇଥିଲେ ବାଗଲକୋଟର ଦୟମପ୍ପା

ବାଗଲକୋଟ: କର୍ଣ୍ଣାଟକର ବାଗଲକୋଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ୧୮୭ଟି ମୁଦ୍ରା ଗିଳି ଦେଇଥିଲେ । ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ସମ୍ପୂର୍ଣ୍ଣ ଘଟଣାଟି ଏହିପରି.. ଦୟମପ୍ପା ହରିଜନ ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ । ଅନ୍ୟ ସାଧାରଣ ମଣିଷଙ୍କ ପରି ସେ ନିଜ କାର୍ଯ୍ୟ ସୁଚାରୁରୂପେ କରୁଥିଲେ । ହଠାତ ଦିନେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏଣ୍ଡୋସ୍କୋପି କରାଯିବା ପରେ ରିପୋର୍ଟ ଦେଖି ଡାକ୍ତରମାନେ ଚକିତ ହୋଇ ପଡିଥିଲେ । ତାଙ୍କ ପେଟରେ ଅନେକଗୁଡିଏ ମୁଦ୍ରା ଭରି ରହିଥିଲା ।

ଏହା ପରେ ତାଙ୍କ ଅପରେଶନ କରା ଯାଇଥିଲା । ୨ ଘଂଟାର ଅକ୍ଳାନ୍ତ ପରିଶ୍ରମ ପରେ ତାଙ୍କ ପେଟରୁ ୫୬ଟି ୫ ଟଂକା, ୫୧ଟି ୨ ଟଂକା ଓ ୮୦ଟି ଟଂକିକିଆ ମୁଦ୍ରା ବାହାରିଥିଲା । ଓଭରାଲ ୪୬୨ ଟଂକା ତାଙ୍କ ପେଟରୁ ବାହାରିଥିଲା । ଏବେ ସେ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ଚୀନର ଜଣେ ଯୁବତୀ ୩ କିଲୋ ଚୁଟି ଖାଇ ଦେଇଥିଲେ । ସେ ମଧ୍ୟ ସିଜୋଫ୍ରେନିଆରେ ଆକ୍ରାନ୍ତ ଥିଲେ

Leave A Reply

Your email address will not be published.