Latest Odisha News

BREAKING NEWS

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ ।

ସେହିଭଳି ଟାଟା ଅଧିନରେ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ଏୟାର ଏସିଆ ଇଣ୍ଡିଆର ମିଶ୍ରଣ, ଏୟାର ଇଣ୍ଡିଆ ସହ ୨୦୨୪ ସୁଦ୍ଧା ହେବ । ଫଳରେ ୪ଟି ଯାକ ଏୟାରଲାଇନ୍ସ ଏୟାରଇଣ୍ଡିଆ ଭାବେ ପରିଚିତ ହେବ ।

ମିଶ୍ରଣ ପରେ ଏୟାର ଇଣ୍ଡିଆ ଆହୁରି ଅଧିକ ରୁଟରେ ସେବା ଯୋଗାଇ ପାରିବ । ଏବେ ଭିସ୍ତାରାରେ ଟାଟାର ୫୧ ପ୍ରତିଶତ ଅଂଶଧନ ରହିଛି । ବର୍ଷକ ତଳେ ଟାଟା ଏୟାର ଇଣ୍ଡିଆକୁ ୧୮ ହଜାର କୋଟିରେ କେନ୍ଦ୍ର ସରକାରଙ୍କ ଠାରୁ କିଣିଥିଲା ।

ସମସ୍ତ ଏୟାର ଲାଇନ୍ସର ମିଶ୍ରଣ ପରେ ଏୟାର ଇଣ୍ଡିଆ ପାଖରେ ମୋଟ ୨୧୮ ବିମାନ ରହିବ । ଏବେ ଏୟାର ଇଣ୍ଡିଆ ପାଖରେ ୧୧୩, ଏୟାର ଏସିଆ ଇଣ୍ଡିଆ ପାଖରେ ୨୮, ଭିସ୍ତାରା ପାଖରେ ୫୩ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପାଖରେ ୨୪ଟି ବିମାନ ରହିଛି । ଟାଟା ସନ୍ସ ଦେଶର ସବୁଠୁ ବଡ଼ ଅନ୍ତର୍ଜାତୀୟ ବିମାନସେବା ପ୍ରଦାନକାରୀ ସଂସ୍ଥା ସହ ଘରୋଇ ଏୟାରଲାଇନ୍ସ ହେବ ।

Leave A Reply

Your email address will not be published.