Latest Odisha News

BREAKING NEWS

୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ ଅଭିଯୋଗ

ଦେବଗଡ: ଜଣେ ୧୪ ବର୍ଷୀୟା ନାବାଳିକାକୁ ୫୯ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଗତ ଜାନୁୟାରୀ ୩୦ ତାରିଖ ସନ୍ଧ୍ୟାରେ ଖେଳ ପଡିଆରୁ ଖେଳି ସାରି ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଗୌରହରୀ ଅନ୍ଧକାରର ସୁଯୋଗ ନେଇ ଏକ ପରିତ୍ୟକ୍ତ ଝୂମ୍ପୁଡି ଘରକୁ ନେଇ ତାଙ୍କୁ ବଳାତ୍କାର କରିଥିଲା। ଏଥିସହ ଘରେ ଏକୁଟିଆ ରହୁଥିବା ପୀଡିତା ନାବାଳିକା ଓ ତାଙ୍କ ମା’ ଙ୍କୁ ହତ୍ୟା ଧମକ ଦେଇ ଚୁପ ରହିବାକୁ କହିଥିଲା।

ତେବେ କାମ କରିବାକୁ ବାହାରକୁ ଯାଇଥିବା ପୀଡିତାଙ୍କ ପିତା ଘରକୁ ଫେରିବା ପରେ ପୀଡିତା ଜଣକ ବାପା ଓ ମା’ ଙ୍କ ସହିତ ଦେବଗଡ ଥାନାକୁ ଆସି ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଗୌରହରି ବିରୋଧରେ ପକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଗୌରହରୀକୁ ଗିରଫ କରିବାସହ ତାକୁ କୋର୍ଟ ଚାଲାଣ କରିଛି।

Comments are closed.