Latest Odisha News

BREAKING NEWS

୨୦୨୨ରେ ଦେଶରେ ଲଞ୍ଚ୍‌ ହୋଇପାରେ ୫ଜି; ପ୍ରଥମେ ଏହି ୧୩ ସହରକୁ ମିଳିବ ୫ଜି ସେବା!

ନୂଆଦିଲ୍ଲୀ: ୨୦୨୨ ମସିହାରେ ଭାରତରେ ଲଞ୍ଚ୍‌  ହୋଇପାରେ ୫ଜି। ଏହା ଦେଶବାସୀଙ୍କ ପାଇଁ ନୂଆବର୍ଷର ସବୁଠାରୁ ‌ଶ୍ରେଷ୍ଠ ଉପହାର ହୋଇପାରେ ବୋଲି କୁହାଯାଉଛି। ଟେଲି ଯୋଗାଯୋଗ ବିଭାଗ କହିଛି ଯେ ୫ଜି ଇଣ୍ଟରନେଟ୍ ସେବାର ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ୨୦୨୨ ମସିହାରେ ଦେଶରେ ଏହି ସେବା ଆରମ୍ଭ ହେବ ବୋଲି ବିଭାଗ କହିଛି। ସର୍ବପ୍ରଥମେ, ଦେଶର ୧୩ ଟି ସହରରେ ୫ଜି ସେବା ଆରମ୍ଭ ହେବ। ବିଭାଗ ଏହି ୧୩ ଟି ସହରର ତାଲିକା ମଧ୍ୟ ପ୍ରକାଶ କରିଛି।

ଟେଲି ଯୋଗାଯୋଗ ବିଭାଗ (DoT) ଏକ ସରକାରୀ ବିବୃତ୍ତିରେ କହିଛି ଯେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସମେତ ଟେଲିକମ୍ ସେବା ପ୍ରଦାନକାରୀମାନେ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନ‌ୌ, ୫ଜି ପରୀକ୍ଷା କରିଛନ୍ତି।

ଆସନ୍ତା ବର୍ଷ ଏହି ମେଟ୍ରୋ ଏବଂ ବଡ ସହରରେ ୫ଜି ସେବା ପ୍ରଥମେ ଆରମ୍ଭ ହେବ। ବିଭାଗ ଅନୁଯାୟୀ ଏହି ପରୀକ୍ଷା ପ୍ରକଳ୍ପ ପାଇଁ ୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। DoT ଅନୁଯାୟୀ, ମାର୍ଚ୍ଚ-ଏପ୍ରିଲ୍ ୨୦୨୨ ରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବାର ସମ୍ଭାବନା ଅଛି।

Leave A Reply

Your email address will not be published.