Latest Odisha News

BREAKING NEWS

ନୀଳଗିରିରେ ଝାଡଖଣ୍ଡୀ ହାତୀପଲ

ବାଲେଶ୍ୱର:ନୀଳଗିରି ଅଞ୍ଚଳକୁ ପୁଣି ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ । ହାତୀପଲରେ ଅଛନ୍ତି ୩୯ଟି ହାତୀ । ମୟୂରଭଞ୍ଜ ଜିଲ୍ଲା ନଡ଼ପୁର ସଂରକ୍ଷିତ ଜଙ୍ଗଲ ଦେଇ ବୁଢ଼ାବଳଙ୍ଗ ନଦୀ ଓ ସୋନ ନଦୀ ପାର ହୋଇ ଦୁର୍ଗାଦେବୀ ଓ କାଠପାଳ ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶିଛନ୍ତି ।

ଏବେ ଧାନ ଫସଲ ଅମଳ ହୋଇ ବିଲ ଓ ଖଳାରେ ଥିବାବେଳେ ହାତୀପଲ ଏଗୁଡ଼ିକୁ ନଷ୍ଟ କରିବା କରିବାରେ ଲାଗିଛନ୍ତି । ଏପରିକି ଗାଁ ଭିତରକୁ ପଶି ଘର ଭାଙ୍ଗିବାର ମଧ୍ୟ ଆଶଙ୍କା ଘାରିଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।  ସେହିପରି ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ମାନଗଡ଼ ଗାଁରେ ହାତୀ ଆତଙ୍କ ଦେଖାଦେଇଛି ।

ଏହା ପୂର୍ବରୁ ରବିବାର ରାତିରେ କିଛି ହାତୀ କୁଳଡିହା ଅଭୟାରଣ୍ୟରୁ ଗାଁକୁ ପଶି ଉପଦ୍ରବ କରିଥିଲେ। ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି।

Leave A Reply

Your email address will not be published.