Latest Odisha News

BREAKING NEWS

କାଲି ଲଞ୍ଚ ହେବ 5G: କେତେ ରହିଛି ପ୍ରାଇସ ଏବଂ କେମିତି ପାଇବେ ସୁବିଧା

ଭୁବନେଶ୍ଠର: ଆସନ୍ତାକାଲିଠାରୁ ଓଡ଼ିଶାରେ ଲାଗି ହେବ ୫ଜି ସେବା । 5G ସେବା ପାଇବା ପାଇଁ ଚାହିଁ ରହିଥିବା ଉପଭୋକ୍ତାମାନଙ୍କ ସ୍ୱପ୍ନ ପୂରଣ ହେବ । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱର ସୋଆ କ୍ୟାମ୍ପସ-୨ରେ ଏହାର ଉଦ୍ଘାଟନ କରିବେ।

ମିଳିଥିବା ଖବର ଅନୁଯାୟୀ, ଟେଲି କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୧୦ ବେସ ଟ୍ରାନ୍ସିଭର ଷ୍ଟେସନ (ବିଟିଏସ) ଟାୱାର ସ୍ଥାପନ କରାଯାଇ ସାରିଲାଣି । ଏହି ସୁବିଧା ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଉପଲବ୍ଧ ହେବ ।

୫ଜି ସେବାକୁ ନେଇ ଗ୍ରାହକଙ୍କ ମନରେ ଅନେକ ଉତ୍କଣ୍ଠା । ୫ଜି ଆସିଲେ କ’ଣ ସୁବିଧା ମିଳିବ ? କେମିତି ଫୋନରେ ପାଇବେ ୫ଜି ସୁବିଧା ? ଏଥିପାଇଁ ଦେବାକୁ ପଡିବ କେତେ ଟଙ୍କା ? ଏମିତି ଅନେକ ପ୍ରଶ୍ନ । ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ୪ଜି ତୁଳନରେ ୫ଜିରେ ସ୍ପଡ ବଢିଯିବ । ଭିଡିଓ ଦେଖିବା ବେଳେ ଯେଉଁ ବଫରିଂ ହେଉଥିଲା ତାହା ହେବନି । 4k ଭିଡିଓକୁ ଦେଖିବା ସହ ଡାଉନ ଲୋଡ ବି କରିପାରିବ । ସ୍ମାର୍ଟ ଟିଭି, ୱାଚ ବି କନେକ୍ଟ କରିପାରିବା ।

ଏଥିପାଇଁ ଆପଣଙ୍କୁ ସିମ ଚେଞ୍ଜ କରିବାକୁ ପଡିବ ନାହିଁ । ଯଦି ମୋବାଇଲ ସପୋର୍ଟ କରୁନି ତେବେ ନୂଆ ୫ଜି ସେଟ କଣିବାକୁ ପଡିବ । ତେବେ ୫ଜିର ପ୍ରାଇସ କ’ଣ ? ୫ଜି ସେବା ପାଇଁ ଆପଣଙ୍କୁ ବେଶେଷ ଖର୍ଚ୍ଚାନ୍ତ ହେବାକୁ ବି ପଡିବନି । 4G  ଯାହା ପ୍ରାଇସ ରହିଛି 5Gର ପ୍ରାୟ ସେତିକି ରହିଛି ।  ଜିଓ ମାସିକ ପ୍ରାଇସ ୨୫୦  ରଖି୍‌ଥିବାବେଳେ ବାର୍ଷିକ ରଖିଛି ୩ ହଜାର। ସେହିପରି ରିଲାଏକ୍ସର ମାସିକ ପ୍ରାଇସ ୨୨୦ରୁ ୨୫୦ ମଧ୍ୟରେ ରହଛି

 

 

Leave A Reply

Your email address will not be published.