Latest Odisha News

BREAKING NEWS

ଆରପାରିରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର

ଭଦ୍ରକ : ଆଉ ନାହାଁନ୍ତି ଭଦ୍ରକର ବରିଷ୍ଠ ଅଧିବକ୍ତା ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ ୧୯୮୯ ରୁ ଓକିଲାତି ବୃତ୍ତି ଆରମ୍ଭ କରିଥିଲେ ।

ସେ କଲେଜ ସମୟରୁ ଛାତ୍ର ନେତା ଠାରୁ ଆରମ୍ଭ କରି କଂଗ୍ରେସ ସରକାର ବେଳେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ସମୟରେ ବେନ୍ତାଳ ପଞ୍ଚାୟତର ସରପଞ୍ଚ ହୋଇଥିଲେ । ଭଦ୍ରକ ଓକିଲ ସଂଘର ୨ ଥର ସଭାପତି, ୨ ଥର ସଂପାଦକ ଓ ଉପସଭାପତି ଭାବରେ ଅନେକ ଥର ନିର୍ବାଚିତ ହୋଇ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ । ଏ ବର୍ଷ ସଭାପତି ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ତୁଲାଇ ଆସୁଥିଲେ । ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି ।

ତାଙ୍କ ଦେହାନ୍ତ ଖବର ପାଇ ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକ, ବରିଷ୍ଠ ଅଧିବକ୍ତା ନିରାକାର ଜେନା, ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଗୋପବନ୍ଧୁ ଦିକ୍ଷିତ, ବିଧାୟକ ସଂଜିବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ବିଜେପି ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସମେତ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି । ତେବେ ଜନ୍ମସ୍ଥାନ ବେନ୍ତାଳକୁ ନିଆଯାଇ ପଂଚାୟତ ପରିକ୍ରମା କରାଯିବା ପରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା। ମହାପାତ୍ରଙ୍କ ଦେହାନ୍ତରେ ଆସନ୍ତାକାଲି ଭଦ୍ରକ କୋର୍ଟ  କାର୍ଯ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି ।

Leave A Reply

Your email address will not be published.